Srimad Bhagabat Gita | ଶ୍ରୀମଦ ଭାଗବତ ଗୀତା | Mahabharat | Odisha Culture
* ଶ୍ରୀମଦ ଭାଗବତ ଗୀତା *
Srimad Bhagabat Gita
Srimad-bhagabat-gita |
ଓଁ- ଗୀତା କିଏ କାହାକୁ ଶୁଣାଇ ଥିଲେ ?
ଉ- ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଶୁଣାଇ ଥିଲେ।
ଓଁ- କେବେ ଶୁଣାଇ ଥିଲେ ?
ଉ- ଆଜିକୁ ପ୍ରାୟ ୭ ହଜାର ବର୍ଷ ପୁର୍ବେ।
ଓଁ- କେଉଁ ବାରରେ ଗୀତା ଶୁଣାଇ ଥିଲେ ?
ଉ- ରବିବାର ।
ଓଁ- କେଉଁ ତିଥିରେ ?
ଉ- ଏକାଦଶୀ ।
ଓଁ- କୋଉଠି ଶୁଣାଇଥିଲେ ?
ଉ- କୁରୁକ୍ଷେତ୍ର ଯୁଦ୍ଧ କ୍ଷେତ୍ରରେ।
ଓଁ- କେତେ ସମୟରେ ଶୁଣାଇ ଥିଲେ ?
ଉ- ପାଖା ପାଖି ୪୫ ମିନିଟ।
ଓଁ- କାହିଁକି ଶୁଣାଇ ଥିଲେ ?
ଉ- କର୍ତ୍ତବ୍ୟରୁ ଓହରି ଯାଇଥିବା ଅର୍ଜୁନଙ୍କୁ କର୍ତ୍ତବ୍ୟ ଶିଖାଇବା ପାଇଁ ଓ ଭବିଷ୍ୟତରେ ମାନବ ସମାଜକୁ ଧର୍ମ ବିଷୟକ ଜ୍ଞାନ ଶିଖାଇବା ପାଇଁ।
ଓଁ- ଗୀତାରେ କେତେ ଅଧ୍ୟାୟ ଅଛି ?
ଉ- ୧୮ ଅଧ୍ୟାୟ ଅଛି।
ଓଁ- କେତୋଟି ଶ୍ଳୋକ ଅଛି ?
ଉ- ୭୦୦ ଶ୍ଳୋକ ଅଛି।
ଓଁ- ଗୀତାରେ କେଉଁ କେଉଁ ବିଷୟରେ ଚର୍ଚ୍ଚା ହୋଇଛି ?
ଉ- ଜ୍ଞାନ-ଭକ୍ତି-କର୍ମ ଯୋଗର ବିସ୍ତୃତ ବ୍ୟାଖ୍ୟା କରାଯାଇଛି। ଏହି ମାର୍ଗରେ ଚାଲିଲେ ଜଣେ ବ୍ୟକ୍ତି ପରମ ପଦର ଅଧିକାରୀ ହୋଇପାରିବ।
ଓଁ- ଗୀତାକୁ ଅର୍ଜୁନଙ୍କ ଛଡା କିଏ କିଏ ଶୁଣିଥିଲେ ?
ଉ- ଧ୍ରୁତରାଷ୍ଟ୍ର ଓ ସଞ୍ଜୟ।
ଓଁ- ଅର୍ଜୁନଙ୍କ ଆଗରୁ ଗୀତାର ପାବନ ଜ୍ଞାନ କାହାକୁ ମିଳିଥିଲା ?
ଉ- ଭଗବାନ ସୂର୍ଯ୍ୟ ଦେବତାଙ୍କୁ।
ଓଁ- ଗୀତାର ଗଣନା କୋଉ ଧର୍ମ ଗ୍ରନ୍ଥରେ ମିଳେ ?
ଉ- ହିନ୍ଦୁ ଧର୍ମ ଉପନିଷଦ ରେ।
ଓଁ- ଗୀତା କେଉଁ ମହାଗ୍ରନ୍ଥର ଭାଗ ଅଟେ ?
ଉ- ଗୀତା ମହାଭାରତର ଶାନ୍ତି ପର୍ବର ଏକ ଭାଗ ଅଟେ।
ଓଁ- ଗୀତାର ଅନ୍ୟ ନାମ କଣ ?
ଉ- ଗୀତୋପନିଷଦ।
ଓଁ- ଗୀତାର ସାର କଣ ?
ଉ- ପ୍ରଭୁ ଶ୍ରୀ କୃଷ୍ଣଙ୍କର ଶରଣ ଯିବା।
ଓଁ- ଗୀତାରେ କିଏ କେତେ ଶ୍ଳୋକ କହିଥିଲେ ?
ଉ- ଶ୍ରୀ କୃଷ୍ଣ-୫୭୪, ଅର୍ଜୁନ-୮୫, ଧୃତରାଷ୍ଟ୍ର-୧ ଏବଂ ସଞ୍ଜୟ- ୪୦।
Srimad Bhagabat gita .....
Comments
Post a Comment
Welcome To Odisha Culture